
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗ୍ରୀଷ୍ମପ୍ରବାହ ଯୋଗୁଁ ବଦଳିଲା ମାଟ୍ରିକ ପରୀକ୍ଷା ସମୟ ସୂଚୀ । ତେବେ ଦ୍ବିତୀୟ ସିଟିଂରେ ହେବାକୁ ଥିବା ପରୀକ୍ଷା ପ୍ରଥମ ସିଟିଂରେ ହେବ । ତେବେ ସିଡ୍ୟୁଲରେ କୌଣସି ପରିବର୍ତ୍ତନ କରାଯାଇନାହିଁ ବୋଲି ବୋର୍ଡ଼ ସଭାପତି ରମାସିସ ହାଜାରା ସୂଚନା ଦେଇଛନ୍ତି । ମଧ୍ୟମା ପରୀକ୍ଷାର କିଛି ବିଷୟ ଦ୍ୱିତୀୟ ସିଟିଂରେ ହେବାକୁ ଥିଲା, ହେଲେ ରାଜ୍ୟରେ ହେଉଥିବା ପ୍ରବଳ ଖରାକୁ ଦେଖି ଏବେ ଏହି ସିଡ୍ୟୁଲରେ ପରିବର୍ତ୍ତନ କରାଯାଇଛି । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପରୀକ୍ଷା ସେଣ୍ଟରରେ ପାନୀୟ ଜଳ, ଓଆରଏସ ରଖିବାକୁ କୁହାଯାଇଛି । ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଫୋନ ସମ୍ପୂର୍ଣ୍ଣରୂପେ ବାରଣ କରାଯାଇଛି। ଏଥର ସମୁଦାୟ ୫ ଲକ୍ଷ ୮୫ ହଜାର ୭୩୦ ଜଣ ପରୀକ୍ଷାର୍ଥୀ ଦେବେ ମାଟ୍ରିକ ପରୀକ୍ଷା ।
ଆସନ୍ତା ଏପ୍ରିଲ ୨୯ ରୁ ମେ ୬ ଯାଏଁ ସକାଳ ୮ ଟା ରୁ ୧୦ଟା ମାଟ୍ରିକ ପରୀକ୍ଷା ହେବ । ପ୍ରାୟ ୩୫ ହଜାରରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟତ୍ରୀ ପରୀକ୍ଷା ପରିଚାଳନା କରିବେ । ହିଟ୍ ୱେଭ୍ ପାଇଁ ପରୀକ୍ଷା କେନ୍ଦ୍ରରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଓ ପାଣି ରହିବ । କପି ରୋକିବାକୁ ବୋର୍ଡର ସ୍ଵତନ୍ତ୍ର ୩୮ ଟି ସ୍କ୍ୱାର୍ଡ ଗଠନ କରାଯାଇଛି । ୩୩୦୩ ପରୀକ୍ଷା କେନ୍ଦ୍ର ୩୧୫ ନୋଡାଲ ସେଣ୍ଟର ରେ ପରୀକ୍ଷା ହେବ । ସମ୍ବେଦନଶୀଳ ସ୍ଥାନରେ ୨୧ ଟି ପୋଲିସ ଷ୍ଟେସନ ନୋଡାଲ ସେଣ୍ଟର ସ୍ଥାପନ କରାଯାଇଛି ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।