
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟାର୍ଗେଟ କରିଛନ୍ତି । ତେବେ ମେକ ଇନ ଇଣ୍ଡିଆ ଏବଂ ହେଟ ଇନ ଇଣ୍ଡିଆ ଏକାଠି ସମ୍ଭବ ନୁହେଁ । ରାହୁଲ ଗାନ୍ଧୀ ଟ୍ୱିଟ କରି କହିଛନ୍ତି ଯେ ଦେଶରେ ବୋକରୀ ସମସ୍ୟା ଉକ୍ରଟ ରୂପ ଧାରଣ କରିଛି । ସେହିପରି ଦରଦାମ ବୃଦ୍ଧି ଯୋଗୁ ଲୋକେ ହସ୍ତସନ୍ତ ହେଉଛନ୍ତି । ମାତ୍ର ପ୍ରଧାନମନ୍ତ୍ରୀ ନୀରବ ରହିଛନ୍ତି । ଦେଶର ପ୍ରକୃତ ସମସ୍ୟା ଦୂର ହେବା ପରିବର୍ତ୍ତେ ଦେଶରେ ଘୃଣାର ବାତାବରଣ ସୃଷ୍ଟି କରାଯାଉଛି । ଏହା ଦେଶକୁ ଧ୍ୱଂସମୁଖୀ କରାଇବ । ବହୁ ସ୍ଥାନରେ ଭିନ୍ନ ଭିନ୍ନ ସମ୍ପ୍ରଦାୟ ମଧ୍ୟରେ ହିଂସା ବଢ଼ିବାରେ ଲାଗିଛି ବୋଲି ରାହୁଲ କହିଛନ୍ତି ।
ଅନ୍ୟପଟେ ଗତ ୫ ବର୍ଷ ମଧ୍ୟରେ ୭ଟି ବିଶ୍ୱସ୍ତରୀୟ ଅଟୋମୋଟିଭ ବ୍ରାଣ୍ଡ ଦେଶ ଛାଡ଼ିଥିବା ରାହୁଲ କହିଛନ୍ତି । ସେଥିମଧ୍ୟରେ ୨୦୧୭ରେ ସେଭ୍ରୋଲେଟ, ୨୦୧୮ରେ ମ୍ୟାନ ଟ୍ରକ, ୨୦୧୯ରେ ଫିଆଟ ଏବଂ ୟୁନାଇଟେଡ ମୋଟରର୍ସ, ୨୦୨୦ରେ ହାର୍ଲେ ଡାଭିଡସନ, ୨୦୨୧ରେ ଫୋର୍ଡ ଏବଂ ୨୦୨୨ରେ ଡାଟସନ ଆଦି ଭାରତ ଛାଡ଼ିଛନ୍ତି । ଏହା ଦ୍ୱାରା ୯ଟି ଫ୍ୟାକ୍ଟ୍ରି, ୬୪୯ ବିତରକ ଖାଲି ପଡ଼ିଛି । ଏହା ଯୋଗୁ ୮୪, ୦୦୦ ଲୋକ ଚାକିରି ହରାଇଥିବାର ରାହୁଲ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।