ଭାରତ ହେବ ସେମିକଣ୍ଡକ୍ଟର ହବ: ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମିକନ ଇଣ୍ଡିଆ କନଫରେନ୍ସ ୨୦୨୨ର ଉଦଘାଟନୀ ସଭାକୁ ସମ୍ୱୋଧିତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି,ଆଜି ଦ୍ରୁତ ଗତିରେ ବୈଶ୍ୱିକ ପରିସ୍ଥିତି ବଦଳିବାରେ ଲାଗିଛି । ଏହାକୁ ଅବସରରେ ପରିଣତ କରିବା ପାଇଁ ଭାରତ ହାଇ ଟେକ୍, ଉନ୍ନତ ଗୁଣବତ୍ତା ଏବଂ ବିଶ୍ୱସନୀୟ ଉତ୍ପାଦନ ଉପରେ ଫୋକସ କରିବା ଜରୁରୀ।

ସେମିକଣ୍ଡକ୍ଟର ଏଥିରୁ ଗୋଟିଏ ଏବଂ ବର୍ତ୍ତମାନର ସରକାର ଭାରତକୁ ଏହାର ବୈଶ୍ୱିକ ଯୋଗାଣ ଶୃଙ୍ଖଳାରେ ଯୋଡିବା ଲକ୍ଷ୍ୟ ଉପରେ କାମ କରୁଛନ୍ତି। ବେଙ୍ଗାଲୁରୁରେ ଆୟୋଜିତ ତିନି ଦିନିଆ ସେମିକନ ଇଣ୍ଡିଆ କନଫରେନ୍ସ ୨୦୨୨ର ଉଦଘାଟନୀ ଅବସରରେ ଭାରତକୁ ଦୁନିଆରେ ସେମିକଣ୍ଡକ୍ଟର ହବ କରିବା ଉପରେ ଜୋର ଦେଇଥିଲେ ପିଏମ ମୋଦୀ । ଏହାସହ ଏହି କନଫରେନ୍ସ ଭାରତକୁ ଦୁନିଆର ସେମିକଣ୍ଡକ୍ଟର ହବ କରିବାରେ ଲଞ୍ଚପ୍ୟାଡର ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts