ଆକାଶରୁ ଝରୁଛି ନିଆଁ: 40 ଡିଗ୍ରୀ ଉପରେ ରାଜ୍ୟର 22 ଟି ସହର

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଅସହ୍ୟ ଗରମ ରେ ଛଟପଟ ରାଜ୍ୟ ବାସୀ । ସକାଳ ହେଉ ହେଉ ଆରମ୍ଭ ହୋଇଯାଉଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଝାଞ୍ଜି ପବନ କୁ ଖରାର ପ୍ରକୋପ ବାହାରକୁ ବାହାରିବା ମୁସ୍କିଲ କରି ଦେଉଛି ।

ତେବେ ଏହାରି ମଧ୍ୟରେ ଦିନକୁ ଦିନ ତାପମାତ୍ରା ବଢ଼ୁଥିବା ବେଳେ ୪୪ ଡିଗ୍ରୀ ଡେଉଁଛି ଗୋଟିଏ ଗୋଟିଏ ସହର । ଆଜି ରାଜ୍ୟର ୨୨ଟି ସହର ୪୦ ଡିଗ୍ରୀ ପାର କରିଛି । ୪୪.୫ ଡ଼ିଗ୍ରୀ ସହ ବୌଦ୍ଧ ରାଜ୍ୟର ଉତ୍ତପ୍ତ ସହର ହୋଇଛି । ସେହିପରି ୪ଟି ସହରରେ ୪୩ ଡ଼ିଗ୍ରୀ କିମ୍ବା ଅଧିକ ତାପମାତ୍ରା ରହିଛି । ଝାରସୁଗୁ଼ଡାରେ ୪୩.୯ ଡ଼ିଗ୍ରୀ, ବଲାଙ୍ଗୀରରେ ୪୩.୮ ଡ଼ିଗ୍ରୀ , ସୋନପୁରରେରେ ୪୩.୬ ଡ଼ିଗ୍ରୀ ଏବଂ ଟିଟିଲାଗଡ଼ରେ ୪୩.୫ ଡ଼ିଗ୍ରୀ ତାପମାତ୍ରା ରହିଛି ।

ଆଜି ଦିନ ୧୧.୩୦ ସୁଦ୍ଧା ଝାରସୁଗୁଡା: ୪୦.୪ ଡ଼ିଗ୍ରୀ, ସମ୍ବଲପୁର: ୩୯ ଡ଼ିଗ୍ରୀ, ବାଲେଶ୍ୱର: ୩୮ ଡ଼ିଗ୍ରୀ, ଭୁବନେଶ୍ୱର: ୩୭.୬ ଡ଼ିଗ୍ରୀ, ଚାନ୍ଦବାଲି: ୩୭ ଡ଼ିଗ୍ରୀ, କେନ୍ଦୁଝର: ୩୮.୮ ଡ଼ିଗ୍ରୀ, ହୀରାକୁଦ: ୩୮.୨ ଡ଼ିଗ୍ରୀ, ଗୋପାଳପୁର: ୩୦.୮, ଡ଼ିଗ୍ରୀ ପାରାଦ୍ୱୀପ: ୩୨.୦ ଡ଼ିଗ୍ରୀ, ପୁରୀ:୩୨.୮ ଡ଼ିଗ୍ରୀ ରେକର୍ଡ ହୋଇଛି ।

ତେବେ ଆଜି ଦିନ ୨.୩୦ ସୁଦ୍ଧା ଝାରସୁଗୁଡା: ୪୩.୬ ଡ଼ିଗ୍ରୀ, ସମ୍ବଲପୁର: ୪୨.୬ ଡ଼ିଗ୍ରୀ, ହୀରାକୁଦ: ୪୧.୮ ଡ଼ିଗ୍ରୀ, କେନ୍ଦୁଝର: ୪୦.୨ ଡ଼ିଗ୍ରୀ, ଚାନ୍ଦବାଲି: ୩୯.୪ ଡ଼ିଗ୍ରୀ, ଭୁବନେଶ୍ୱର: ୩୮ ଡ଼ିଗ୍ରୀ, ବାଲେଶ୍ୱର: ୩୭.୮ ଡ଼ିଗ୍ରୀ, ପୁରୀ: ୩୨.୬ ଡ଼ିଗ୍ରୀ, ପାରାଦ୍ୱୀପ: ୩୨ ଡ଼ିଗ୍ରୀ, ଗୋପାଳପୁର: ୨୯.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

Related Posts