
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର ; କୋଭିଡ ସଂକ୍ରମଣ ବୃଦ୍ଧି ସେତ୍ତ୍ୱ ଧରଣା ସ୍ଥଳ ଛାଡିବେ ନାହିଁ କୃଷକ । ଆଜି ଏ ନେଇ ଏକ ସଭାରେ ଘୋଷଣା କରିଛନ୍ତି ଭାରତୀୟ ଓ କୃଷକ ୟୁନିୟନର ନେତା ରାକେଶ ଟିକାୟତ । ସେ କହିଛନ୍ତି , ” ଯଦି କରୋନା ସଂକ୍ରମଣ ବୃଦ୍ଧି କାରଣ ଦେଖାଇ ସରକାର ଯଦି ସେମାନଙ୍କୁ ଧାରଣା ସ୍ଥଳ ଖାଲିକରିବାକୁ କୁହନ୍ତି ତଥାପି ବିସେ ଧାରଣା ସ୍ଥଳ ଛାଡିବେ ନାହିଁ । ” ହରିୟାଣାର ଭବାନୀ ସ୍ଥିତ ପ୍ରେମ ନଗର ଗ୍ରାମରେ ଏକ କିସାନ ମହାପଞ୍ଚାୟତକୁ ସମ୍ବୋଧନ କରି ରାକେଶ ଟିକାୟତ କହିଛନ୍ତି , ଯଦି ସରକାର ତାଙ୍କ ନିଜର ସମାବେଶ ତଥା ରାଲି ବନ୍ଦ ଘୋଷଣା କରନ୍ତି ତେବେ ସେ ସେମାନଙ୍କ କାର୍ଯ୍ୟକ୍ରମ ବାତିଲ କରିବେ । “କୋଭିଡ ମାମଲାରେ କ୍ରମାଗତ ବୃଦ୍ଧି ଘଟୁଥିବା ବେଳେ ସରକାର ଚାଷୀଙ୍କ ସ୍ୱର ଚାପିଦେବାକୁ ଚେଷ୍ଟା କରୁଛନ୍ତି । ଆମେ ସରକାରଙ୍କ ସହିତ ଆଲୋଚନା କରିବାକୁ ପ୍ରସ୍ତୁତ । ଏବଂ ନଭେମ୍ବର କିମ୍ବା ଡିସେମ୍ବର ସୁଦ୍ଧା ଆଲୋଚନା ହେବାର ଆଶା କରାଯାଉଛି । ଗୁଜୁରାଟର ଚାଷୀ ଅଧିକ ପ୍ରଭାବିତ ହେଉଛନ୍ତି ଏବଂ ଯଦି ଚାଷୀଙ୍କ ସମସ୍ୟାର ସମାଧାନ ନହୁଏ ତେବେ ତେବେ ବିଜେପି ସରକାର ଏହି ଗୁଜୁରାଟ ମଡେଲକୁ ସାରା ଦେଶରେ କାର୍ଯ୍ୟକାରୀ କରିବେ ” ବୋଲି ଟିକେୟତ କହିଛନ୍ତି । ” ରାମ ମନ୍ଦିର ପାଇଁ ଦାନ ଦେବା ପରିବେର୍ତ୍ତ ଏମ୍ସ ନିର୍ମାଣ ପାଇଁ ଡୋନେସନ ଡ୍ରାଭ ଆରମ୍ଭ କରାଯିବ ଉଚିତ୍ । ଗତ ୬ ବର୍ଷ ଧର କ୍ଷମତାରେ ରହିବା ସେତ୍ତ୍ୱ ହରିୟାଣା ସରକାର ଭବାନୀରେ ଗୋଟିଏ ମେଡିକାଲ କଲେଜ ନିର୍ମାଣ କରିବାରେ ବିଫଳ ହୋଇଛନ୍ତି” ବୋଲି ଟିକେୟତ କହିଛନ୍ତି । କୃଷକ ନେତା ଗୁରନାମ ସିଂ ଚୁରାନି କହିଛନ୍ତି ଯେ ,” ୪୦୦ରୁ ଅଧିକ ଚାଷୀ ନିଜର ବଳିଦାନ ଦେଇଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ କାହାର ବି କରୋନାରେ ମୃତ୍ୟୁ ହୋଇନାହିଁ ।” ସେ ଆହୁରି ମଧ୍ୟ କହିଛନ୍ତି ଯେ , ” ଯଦି ରୋଗୀମାନେ ଡାକ୍ତରଖାନାରେ ବେଡ୍ , ମେଡିସିନ୍ ଓ ଅମ୍ଲଜାନ ନପାଆନ୍ତି , ତେବେ ସେମାନଙ୍କ ସମ୍ପର୍କିୟ ମାନେ ନିଜ ନିଜ ଅଞ୍ଚଳର ସାସଂଦ ଏବଂ ବିଧାୟକଙ୍କ ଘରକୁ ଯାଇ ସେମାନଙ୍କୁ ଉପଯୁକ୍ତ ବ୍ୟବସ୍ଥା କରିବାକୁ କୁହନ୍ତୁ । କରୋନାରେ ପ୍ରଭାବିତ ଲୋକଙ୍କୁ ବେଡ୍ , ଅକ୍ସିଜେନ୍ , ଆଇସିୟୁ ଓ ମେଡିସିନ୍ ଯୋଗାଇବାରେ ବିଜେପି ସରକାର ବିଫଳ ହୋଇଥରବାରୁ ତାଙ୍କ ବିରୋଧରେ ମାମଲା ରୁଜୁ ହେବା ଉଚିତ୍ ।” ସେ ଆହୁରି ମଧ୍ୟ କହିଛନ୍ତି ଯେ , ସରକାର ଯଦି ସିଆରପିସିର ଧାରା ୧୪୪ ଧାରା ଲାଗୁ କଲେ ବି ଆମେ ଆମର ବିରୋଧ ଜାରି ରଖିବୁ ।