
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବଲାଙ୍ଗିରି ଭୀମ ଭୋଇ ମେଡିକାଲ କୋଭିଡ୍ ଆଇସିୟୁରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହା ଜନସାଧାରଣଙ୍କ ଆଗରେ ବଲାଙ୍ଗିରିର ସ୍ୱାସ୍ଥ୍ୟ ବ୍ୟବସ୍ଥାର ନଗ୍ନ ନମୁନାକୁ ପଦାରେ ପକାଇଛି । ବଲାଙ୍ଗିରି ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଅବସ୍ଥିତ କୋଭିଡ୍ ଆସିୟୁରେ ରୋଗୀଙ୍କ ବେଡ୍ ପାଖରେ ଡାକ୍ତର, ନର୍ସ, ଆଟେଣ୍ଡାଣ୍ଟ କେହି ନଥିବା ବେଳେ ରୋଗିଙ୍କ ପରିଜନ ରୋଗୀଙ୍କୁ କିପରି ଅକ୍ସିଜେନ୍ ଦେବାକୁ ବାଧ୍ୟ ହେଉଛନ୍ତି ତାହା ଏହି ଭିଡିଓରୁ ସ୍ପଷ୍ଟ ଜଣାପଡୁଛି । ସଂପର୍କୀୟ ମାନେ ଅକ୍ସିଜେନ୍ ଦେବା ଜଣିନଥିବା ବେଳେ ରୋଗୀ ମାନେ ଅତ୍ୟନ୍ତ ଗୁରୁତ୍ୱର ଅବସ୍ତାକୁ ଚାଲିଯାଉଛନ୍ତି । କିଛି ରୋଗିଙ୍କ ଏଥିପାଇଁ ମୃତ ହୋଇ ଥିବା ଅଭିଯୋଗ ହୋଇଛି । ପ୍ରସାଶନର ଏହି ଅବହେଳା ଯୋଗୁଁ ପରିଜନ ମାନେ ଆଇସିୟୁ ଭିତରକୁ ଯାଇ କରୋନା ସଂକ୍ରମଣର ଶିକାର ହେଉଥିବା କୁହାଯାଉଛି । ବଲାଙ୍ଗିରି ଭୀମ ଭୋଇ ମେଡିକାଲ ରେ ୨୦ଟି ଆଇସିୟୁ ବେଡ୍ ଅଛି । କିନ୍ତୁ ଘଟିଥିବା ଏକ ଘଟଣା ଭିଡିଓ ଭାଇରାଲ ହେବାପରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଅସଲ ଚେହେରା ଓ ଜିଲ୍ଲା ପ୍ରଶାସନର ଦମ୍ଭକ୍ତି ପଦାକୁ ଆସିଛି । ଏହି ଆଇସିୟୁ ବେଡ୍ ରେ ମାତ୍ର ୨ ଜଣ ଆଟେଣ୍ଡାଣ୍ଟ ନିୟଜିତ କରାଯାଇଛି । ୧୦ ଜଣ ଗୁରୁତ୍ୱର ରୋଗୀଙ୍କ ପାଇଁ ଜଣେ ଲେଖାଁଏ ଆଟେଣ୍ଡାଣ୍ଟ । ଫଳରେ ରୋଗୀଙ୍କ ପରିଜନ ଯାଇ ରୋଗୀଙ୍କୁ ଦେଖିବାକୁ ବାଧ୍ୟ ହେଉଛନ୍ତି । ଏମିତିକି ରୋଗୀଙ୍କ ଅକ୍ସିଜେନ୍ ସରିଗଲେ ନିଜେ ଅକ୍ସିଜେନ୍ ସିଲିଣ୍ଡର ଆଣି ଦେବାକୁ ପଡୁଛି । ଏହାର ତ୍ରୀବ ବିରୋଧ ପରେ ଜିଲ୍ଲାପାଳ ଏଠାରେ ୧୦ ଜଣ ଆଟେଣ୍ଡାଣ୍ଟ ଦେବାକୁ ପ୍ରତିଶୁତି ଦେଇଥିଲେ । ବଲାଙ୍ଗିରି ସଦର ବ୍ଲକ ସ୍ଥିତ ସାନତେଲେନପାଲି ଗ୍ରାମରେ ଜଣେ ମହିଳାଙ୍କୁ ଏହି କୋଭିଡ୍ ଆଇସିୟୁରେ ଭର୍ତ୍ତୀ କରାଇଥିଲା ହଠାତ୍ ତାଙ୍କର ମୃତ ହୋଇ ଜିବା ଡାକ୍ତର କହିଥିଲେ । ସାନ ପୁଅ ଏହାକୁ ବିଶ୍ୱାସ ନକରି ଆଇସିୟୁ ବ୍ୟବସ୍ତା ଉପରେ ପ୍ରଶ୍ନ କରିଥିଲା । ଏଥିରେ ଡାକ୍ତରଖାନା କର୍ତ୍ତୁପକ୍ଷ ପୁଲିସ କୁ ଖବର ଦେଇଥିଲେ । ଜିଲ୍ଲାପାଳଙ୍କ ନେତୃତ୍ୱରେ ବଲାଙ୍ଗିରି ଆରକ୍ଷି ଅଧୀକାରିଙ୍କ ସମେତ ଏକ ଦଳ ଡାକ୍ତରଖାନା ପହଞ୍ଚି ସ୍ଥିତିର ତଦାରଖ କରିଥିଲେ । ଏହି ସମୟରେ ପରିଜନ ମାନେ ଆଇସିୟୁ ଉପରେ ପ୍ରଶ୍ନ କରିବାରୁ ସେମାନଙ୍କ ଅଭିଯୋଗ ଶୁଣିବା ପରି ବର୍ତ୍ତେ ପୁଲସ ପ୍ରଶାସନ ମୁଁହ ବନ୍ଦ କର ନହେଲେ ଗିରଫ କରିବାକୁ ଧମକ ଦେଇଥିଲେ ।