ରାଜଧାନୀରେ ଡବଲ୍ ମର୍ଡର: ସ୍ତ୍ରୀ ଓ ଶଳା କୁ ହତ୍ୟା କଲା ଅଭିଯୁକ୍ତ ସ୍ବାମୀ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଡବଲ୍ ମର୍ଡର। ଜଣେ ବ୍ୟକ୍ତି ତା’ ପତ୍ନୀ ଓ ଶାଳୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀରେ ଏଭଳି ଅଭାବନୀୟ ଘଟଣା ଘଟିଛି। ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚିି ତଦନ୍ତ ଆରମ୍ଭ କରିଛି। ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଅଭିଯୁକ୍ତ ସ୍ୱାମୀ ବିଜୟ ସେଠୀକୁ ଅଟକ ରଖିଛି ପୁଲିସ୍। ହତ୍ୟାକାରୀ ବିଜୟ ସିଟିଡିସି ମେକାନିକାଲ୍‌ରେ ବିଭାଗରେ କାମ କରୁଥିବା ସୂଚନା ମିଳିିିଛି।

ସୂଚନାଯୋଗ୍ୟ, ଚନ୍ଦ୍ରଶେଖରପୁର ସରକାରୀ ମେଡିକାଲ ନିକଟ EWS- ୨୩/୨ ଘରେ ରହନ୍ତି ବିଜୟ ସେଠୀ। ସେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ କାମ କରନ୍ତି। ସେ ତାଙ୍କ ପତ୍ନୀ ଓ ଶାଳୀଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିବା ଜଣାପଡ଼ିଛି। ତେବେ ସେ କାହିଁକି ସେମାନଙ୍କୁ ହତ୍ୟା କଲେ, ତାହା ଜଣାପଡ଼ିନାହିଁ।

ମୃତକ ଦ୍ୱୟଙ୍କ ବାପାଙ୍କ କହିବା ଅନୁଯାୟୀ, ବିଜୟ ଦୁଇ ଦିନ ତଳକୁ ସେମାନଙ୍କୁ ହତ୍ୟା କରି ସାରିଛି। ନିଜେ ବିଜୟ ତାଙ୍କୁ ଏହି କଥା କହିଥିବା ସେ କହିଛନ୍ତି। ତେବେ ପୁଲିସ୍ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ। ପୁଲିସ୍ ଉକ୍ତ ଘରକୁ ସିଲ୍ କରିଛି। ପୁଲିସ୍ ଓ ସାଣ୍ଟିଫିକ୍ ଟିମ୍ ପହଞ୍ଚି ଯାଞ୍ଚ କରିବା ପରେ ଅଧିକ ସୂଚନା ମିଳିପାରିବ।

ହତ୍ୟାକାରୀ କାହିଁକି ପତ୍ନୀ ସହିତ ଶାଳୀଙ୍କୁ ହତ୍ୟା କଲା ସେ ନେଇ ପ୍ରଶ୍ନ ଉଠିବା ସହିତ ବିଭିନ୍ନ ଦିଗରେ ତଦନ୍ତ ଜାରି ରଖିଛି ପୁଲିସ। ଖୁବ୍‌ଶୀଘ୍ର ଘଟଣା ଉପରୁ ପରଦା ହଟିବ।

Related Posts