
ନୂଆଦିଲ୍ଲୀ: ଦେଶରେ ବଢୁଛି କମୁଛି କରୋନା ର ଦୈନିକ ସଂକ୍ରମିତଙ୍କ ସଂଖ୍ୟା | ଯାହାକୁ ନେଇ ଚିନ୍ତା ପ୍ରକାଶ ପାଇଛି | ତେବେ ଏହାରି ମଧ୍ୟରେ ସଂକ୍ରମଣ ହାର ଦୋଳି ଖେଳୁଥିବା ବେଳେ, ପ୍ରତିଦିନ 3 ହଜାରେ ଉପରେ ରହୁଛି ପଜିଟିଭଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପୁଣି 3,545 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଆଜି ସଂକ୍ରମିତଙ୍କ ତୁଳନାରେ ମୃତ୍ୟୁସଂଖ୍ୟା କମ୍ ରହିଛି । ଦିନକରେ ଦେଶରେ ମାତ୍ର 27 ଜଣ କୋରୋନା ସଂକ୍ରମିତ ଆଖି ବୁଜିଛନ୍ତି ଏବଂ 3,549 ଜଣ ସୁସ୍ଥ ହୋଇଛନ୍ତି । ସେହିପରି ସଂକ୍ରମଣ ବଢିବା ସହ ମୋଟ ସକ୍ରିୟ ମାମଲା 19,688କୁ ବୃଦ୍ଧି ପାଇଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ମନ୍ତ୍ରଣାଳୟ ଅନୁଯାୟୀ, ଏଯାବତ୍ ସମୁଦାୟ 4,25,51,248 ସଂକ୍ରମିତ ସୁସ୍ଥ ହୋଇଛନ୍ତି ଏବଂ 5,24,002 ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ 189 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କେବଳ 16,59,843 ଡୋଜ୍ ଦିଆଯାଇଛି ।
ଦେଶରେ ପୁଣି ପଜିଟିଭ ମାମଲା ବଢୁଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୋଭିଡ ଗାଇଡଲାଇନ ମାନି ମାସ୍କ ବ୍ୟବହାର କରିବାକୁ ଓ ଭିଡରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଉଛି | ସେପଟେ ବଢୁଥିବା ସଂକ୍ରମଣକୁ ଦେଖି ଚର୍ତୁର୍ଥ ଲହର ଆସିବା ନେଇ ଆଶଙ୍କା ଦେଖା ଦେଇଛି |