
ସିସୋର ଚିଟ୍ଫଣ୍ଡ ମାମଲାରେ ବିଜେଡିର ଦୁଇ ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ଅରୁଣ ସାହୁଙ୍କୁ ପୁଣି ସମନ ଜାରି ହେବ । ଖୁବଶୀଘ୍ର ଦୁଇ ନେତାଙ୍କ ଘର ଠିକଣାରେ ସମନ ଜାରି କରିବାକୁ ନିଷ୍ପତ୍ତି ନେଇଛି ସିବିଆଇ ।
ସମନରେ ବ୍ୟକ୍ତିଗତ ହାଜର ହେବାକୁ ସମନରେ ଉଲ୍ଲେଖ କରାଯିବ । ପ୍ରଥମ ପର୍ଯ୍ୟାୟରେ ସମନ ପାଇ ମଧ୍ୟ ଦୁଇ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ଅରୁଣ ସାହୁ ସିବିଆଇ ପାଖରେ ହାଜର ହୋଇ ନଥିଲେ । କାହିଁକି ହାଜର ହେଲେ ନାହିଁ ତାହାର ଉତ୍ତର ମଧ୍ୟ ଦୁଇ ନେତା ସିବିଆଇକୁ ଦେଇ ନାହାଁନ୍ତି । ତେଣୁ ଏମାନଙ୍କୁ ପୁଣି ଥରେ ହାଜର ହେବାକୁ ନୋଟିସ୍ କରାଯିବ ।
ସିସୋର ଚିଟ୍ଫଣ୍ଡ ଘୋଟାଲା ମାମଲାରେ ଏମାନଙ୍କୁ ହାଜର ହେବା ପାଇଁ ସିବିଆଇ ପକ୍ଷରୁ ନୋଟିସ୍ କରାଯାଇଥିଲା । ଗତ ସୋମବାର ଅରୁଣଙ୍କୁ ହାଜର ହେବାକୁ କୁହାଯାଇଥିବାବେଳେ ଅତନୁଙ୍କୁ ବୁଧହାର ଜାଜର ହେବାକୁ ସମନ କରିଥିଲା ସିବିଆଇ ।