ଭୁବନେଶ୍ୱର,୦୪/୧୧(ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିର ମେଘନାଦ ପ୍ରାଚୀରର ତୁରନ୍ତ ସ୍ଥାୟୀ ମରାମତି ଏବଂ ପୁନରୁଦ୍ଧାର କରିବାକୁ ଏଏସଆଇକୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ l ଏଥି ସହ ପ୍ରାଚୀରର ଏକ ସାମଗ୍ରିକ ବୈଜ୍ଞାନିକ ସର୍ଭେ କରିବାକୁ ମଧ୍ୟ ଏଏସଆଇ ଅଧୀକ୍ଷକଙ୍କୁ ପତ୍ର ଲେଖିଛନ୍ତି ମୁଖ୍ୟ ପ୍ରଶାସକ l
ମେଘନାଦ ପ୍ରାଚୀରରେ କେତେକ ଫାଟ ହୋଇଥିବା ନଜରକୁ ଆସିଛି l ଶ୍ରୀମନ୍ଦିର ପ୍ରଶାସନର ନିର୍ମାଣ ବିଭାଗ ପକ୍ଷରୁ ପ୍ରାଥମିକ ଶିଉଳୀ ଛଡା କାମ ସହ ପାଣି ଝରିବା ରୋକିବାକୁ ପଦକ୍ଷେପ ନିଆଯାଇଛି l ଆନନ୍ଦ ବଜାରର ଡ୍ରେନେଜ୍ ବ୍ୟବସ୍ଥା ସୁଧାରିବା ପାଇଁ ଇତିମଧ୍ଯରେ ଟେଣ୍ଡର୍ ପ୍ରକିୟା ମଧ୍ୟ ହୋଇଛି।
ତେବେ ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ପ୍ରାଚୀର ମରାମତି ତଥା ପୁନରୁଦ୍ଧାର କାର୍ଯ୍ୟ ଅତି ଶୀଘ୍ର ହାତକୁ ନେବାକୁ ଏଏସଆଇକୁ ଅନୁରୋଧ କରିଛନ୍ତି ମୁଖ୍ୟ ପ୍ରଶାସକ l ଏହି କାର୍ଯ୍ଯରେ ଶ୍ରୀମନ୍ଦିର ପ୍ରଶାସନ ଏଏସଆଇକୁ ପୂର୍ଣ୍ଣ ସହଯୋଗ ଯୋଗାଇଦେବାର ପ୍ରତିଶୃତି ମଧ୍ଯ ଦେଇଛନ୍ତି।