ଡିଜିପି ସମ୍ମିଳନୀ ପାଇଁ ଟ୍ରାଫିକ କଟକଣା; ଏସବୁ ରୁଟରେ ବାଧାପ୍ରାପ୍ତ ହେବ ମୋ ବସ ଚଳାଚଳ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆଜିଠୁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ସର୍ବଭାରତୀୟ ଡିଜିପି ସମ୍ମିଳନୀ। ଡିଜିପି ସମ୍ମିଳନୀ ପାଇଁ କଡ଼ା ସୁରକ୍ଷା ବଳୟରେ ରହିଛି ରାଜଧାନୀ। ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ ପାଇଁ ବ୍ୟାପକ ବ୍ୟବସ୍ଥା କରିଛି କମିଶନରେଟ୍ ପୁଲିସ। ୨୯ରୁ ୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ପାଇଁ କଟକଣା ଜାରି ହୋଇଛି। ଭିଭିଆଇପିଙ୍କ ଗସ୍ତ କରିବା ରାସ୍ତାରେ ଯାନବାହାନ ମନା ହୋଇଛି।

ବିଶେଷକରି ଏୟାରପୋର୍ଟ ଛକରୁ ପିଏମ୍ ଜି ଛକ, ରାଜଭବନ ଛକ, ରବୀନ୍ଦ୍ର ମଣ୍ଡପ ଛକରୁ ୧୨୦ ବାଟାଲିୟନ ଓ ଜୟଦେବ ବିହାର, ନାଲକୋ ଛକ ଯାଏ କଟକଣା ରହିଛି।ଭିଭିଆଇପିଙ୍କ ଗସ୍ତ କରିବା ରାସ୍ତାରେ ଯାନବାହାନ ମନା ହୋଇଛି। ଏଥିପାଇଁ ମୋ ବସ ଚଳାଚଳ ବାଧାପ୍ରାପ୍ତ ହେବ। ବିଭିନ୍ନ ରୁଟରେ ମୋ ବସ ଚଳାଚଳ ବାଧାପ୍ରାପ୍ତ ହେବାନେଇ କ୍ରୁଟ୍ ତରଫରୁ ସୂଚନା ଦିଆଯାଛି। ରୁଟ୍ ନମ୍ବର ୯,୧୦,୧୧,୧୨,AE୧, AE୨,୧୩,୧୭,୨୦,୨୧,୨୨A, ୨୩,୨୫,୨୬,୨୭,୨୮,୩୦, ୩୧, ୩୨, ୩୬, ୩୭, ୩୮, ୩୯,୪୦, ୪୪, ୪୬,୪୭, ୬୪ ଏବଂ ୬୬ରେ ମୋ ବସ ଚଳାଚଳ ପ୍ରଭାବିତ ହେବ ବୋଲି କୁହାଯାଇଛି।

ଅନ୍ୟପକ୍ଷରେ ସହର ପ୍ରବେଶ ପଥ ସହ ପ୍ରମୁଖ ଛକ ଗୁଡ଼ିକରେ ଚାଲିଛି କଡ଼ା ଚେକିଂ। BSF ଯବାନଙ୍କ ସହ ମିଶି ଯାନବାହନକୁ ଚେକିଂ କରିବା ସହ ସହରରେ ପାଟ୍ରୋଲିଂକୁ ଜୋରଦାର କରିଛି କମିଶନରେଟ୍ ପୁଲିସ।

Related Posts