ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଝାଡଖଣ୍ଡରେ ହେମନ୍ତ ସୋରେନ ନେତୃତ୍ୱଧୀନ ଜେଏମଏମ-କଂଗ୍ରେସ ମେଂଟ ସରକାରର ପୁଣି ପ୍ରତ୍ୟାବର୍ତ୍ତନ ହୋଇଛି । ଲଗାତାର ଦ୍ୱିତୀୟ ଥର ଲାଗି ହେମନ୍ତ ସୋରେନ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଝାଡଖଣ୍ଡର ମୋଟ ୮୧ ଆସନ ମଧ୍ୟରୁ ଜେଏମଏମ-କଂଗ୍ରେସ ମେଣ୍ଟ ଆସନରେ ଆଗୁଆ ଥିବାବେଳେ ବିଜେପି ଆସନରେ ଆଗୁଆ ରହି ବହୁମତ ଠାରୁ ବହୁ ପଛରେ ରହିଛି । ପୂର୍ବ ଜାମସେଦପୁର ଆସନରୁ କଂଗ୍ରେସ ପ୍ରାର୍ଥୀ ତଥା ଓଡିଶା ପ୍ରଭାରୀ ଅଜୟ କୁମାର ହାରିଯାଇଛନ୍ତି । ଏଠାରୁ ରାଜ୍ୟପାଳ ରଘୁବାର ଦାସଙ୍କ ବୋହୂ ପୂର୍ଣ୍ଣିମା ଦାସ ସାହୁ ବିଜୟୀ ହୋଇଛନ୍ତି ।
ଝାଡଖଣ୍ଡ ବିଧାନସଭାରେ ସରକାର ବିରୋଧୀ ହାୱା କାମ କରିନାହିଁ । ଏଠାରେ ପୁଣିଥରେ କ୍ଷମତାକୁ ଫେରିଛି ଜେଏମଏମ-କଂଗ୍ରେସ ମେଣ୍ଟ । ଲୋକସଭା ନିର୍ବାଚନରେ ରାଜ୍ୟର ମୋଟ ୧୪ଟି ଆସନରୁ ଏହି ମେଣ୍ଟ ମାତ୍ର ୫ଟି ଆସନ ଜିତିଥିଲା । କିନ୍ତୁ ମନି ଲଣ୍ଡରିଂ ମାମଲାରେ ଗିରଫ ହେମନ୍ତ ସୋରେନ ଜେଲରୁ ବାହାରି ପୁରା ଖେଳକୁ ଓଲଟାଇ ଦେଇଛନ୍ତି । କୁହାଯାଉଛି, ହେମନ୍ତଙ୍କ ବିଜୟ ପଛରେ ୫ ପ୍ରମୁଖ କାରଣ ରହିଛି ।
ଆଦିବାସୀ ଅସ୍ମିତା ପ୍ରସଙ୍ଗ, ହେମନ୍ତ ସୋରେନ ଜେଲ ଯିବା ପରେ ସରକାର-ବିରୋଧୀ ହାୱା ବଦଳିଲା, ହେମନ୍ତଙ୍କ ଭାଉଜ ସୀତା ସୋରେନ ଓ ଚମ୍ପଇ ସୋରେନଙ୍କ ଦଳବଦଳର ପ୍ରଭାବ ପଡ଼ିଲାନି, ଇଡି ଆକ୍ସନ ପରେ ହେମନ୍ତଙ୍କ ପ୍ରଭାବ ବଢ଼ିଲା, ହେମନ୍ତଙ୍କ ପତ୍ନୀ କଳ୍ପନା ସୋରେନଙ୍କ ରାଜନୀତିରେ ପ୍ରବେଶ |
କୁହାଯାଉଛି, ହେମନ୍ତ ସୋରେନଙ୍କୁ ମହିଳାଙ୍କ ଜୋରଦାର ସମର୍ଥନ ମିଳିଛି । ମହିଳାଙ୍କ ସମର୍ଥନ ପାଇଁ ହେମନ୍ତ ସୋରେନ ୨୦୨୩ରେ ମୈୟା ସମ୍ମାନ ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନା ଅନ୍ତର୍ଗତ ୨୧ରୁ ୫୦ ବର୍ଷର ମହିଳାଙ୍କୁ ମାସିକ ହଜାରେ ଟଙ୍କା ଦିଆଯାଉଥିଲା । ବର୍ଷକୁ ୧୨ ହଜାର ଟଙ୍କା ଆକାଉଣ୍ଟକୁ ଆସୁଥିଲା । କିନ୍ତୁ ଝାଡ଼ଖଣ୍ଡ ନିର୍ବାଚନ ପୂର୍ବରୁ ଏହି ରାଶିକୁ ହଜାରେ ଟଙ୍କାରୁ ୨୫ ଶହ ଟଙ୍କାକୁ ବଢାଯାଇଥିଲା । ଆଉ ମହିଳା ଭୋଟ ବ୍ୟାଙ୍କ ଜେଏମଏମ-କଂଗ୍ରେସ ମେଣ୍ଟ ସପକ୍ଷରେ ଗଲା ।
ଝାଡ଼ଖଣ୍ଡରେ ଖୁବଶୀଘ୍ର ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଏଠାରେ ଇଣ୍ଡି ମେଣ୍ଟ ତାର ଶକ୍ତି ପ୍ରଦର୍ଶନ କରିବାକୁ ପ୍ରସ୍ତତି ଆରମ୍ଭ କରିଦେଇଛି ।