ମହାରାଷ୍ଟ୍ରରେ ବିଜେପିର ସୁନାମି, ହେଲେ କିଏ ହେବ ମୁଖ୍ୟମନ୍ତ୍ରୀ?

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ରରେ ବିଜେପିର ସୁନାମି | ଏଥର ପୁଣି ମହାରାଷ୍ଟ୍ରରେ ମହାୟୁତି ସରକାର। ବଡ଼ ବିଜୟ ଅଭିମୁଖେ ବଢ଼ି ଚାଲିଛି ମହାୟୁତି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଚାଲିଥିବା ଭୋଟ୍‌ ଗଣତିରୁ ଏଭିଳି କିଛି ଟ୍ରେଣ୍ଡ ସାମ୍ନାକୁ ଆସିଛି। ବର୍ତ୍ତମାନ ଆସୁଥିବା ଟ୍ରେଣ୍ଡ ଅନୁସାରେ ମହାବିକାଶ ଅଘାଡିକୁ ବହୁ ପଛରେ ପକାଇଛି ମହାୟୁତି । ବହୁମତକୁ ପାର୍ କରିଛି ମହାୟୁତି ମେଣ୍ଟ। ବିଜେପି ନେତୃତ୍ୱାଧୀନ ଏହି ମେଣ୍ଟ ମ୍ୟାଜିକ୍ ନମ୍ବରକୁ ପାର୍ କରିଛି। ନିର୍ବାଚନ କମିଶନଙ୍କ ୱେବ ସାଇଟ ଅନୁଯାୟୀ ୨୮୮ ଆସନ ମଧ୍ୟରୁ 217 ଟିରେ ଶାସକ ମହାୟୁତି ଆଗୁଆ ରହିଛି।

କେବଳ ଭାରତୀୟ ଜନତା ପାର୍ଟି 124 ଟି ଆସନରେ ଆଗୁଆ ରହିଛି। ସେହିପରି 56 ଟି ଆସନରେ ସିନ୍ଦେ ସେନା ଏବଂ ଅଜିତ ପାୱାରଙ୍କ ଏନସିପି 37 ଟି ସିଟରେ ଆଗୁଆ ରହିଛି। ଅନ୍ୟପଟେ ବିରୋଧୀଙ୍କ ମହାବିକାଶ ଅଘାଡି ମେଣ୍ଟ 52 ଟି ଆସନରେ ଆଗୁଆ ଅଛି। କଂଗ୍ରେସ 19 ଟି ଆସନ, ଉଦ୍ଧବ ଠାକରେଙ୍କ ଶିବସେନା 19 ଟି ଆସନ ଓ ଶରଦ ପାୱାରଙ୍କ NCP 14 ଟି ଆସନରେ ଆଗୁଆ ରହିଛନ୍ତି |

ତେବେ ସବୁଠାରୁ ବଡ଼ କଥା ହେଲା ଏକତରଫା ବିଜୟ ଆଡକୁ ବଢୁଥିବା ମହାୟୁତି ମେଣ୍ଟର ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଏବେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି | ବିଜେପି ସବୁଠାରୁ ଅଧିକ ଆସନ ରେ ଆଗୁଆ ଥିବା ବେଳେ ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ହେବା ଉଚିତ ବୋଲି ବିଜେପି ଦାବି କରୁଛି | ସେପଟେ ଏକନାଥ ସିନ୍ଦେ ଏବେ ମୁଖ୍ୟମନ୍ତ୍ରୀ ଥିବାବେଳେ ସେ ପୁଣି ମୁଖ୍ୟମନ୍ତ୍ରୀ ହେବା ଉଚିତ ବୋଲି ତାଙ୍କ ଦଳ ଦାବି କରୁଛି | ଏସବୁ ଭିତରେ କିଏ ମହାରାଷ୍ଟ୍ର ଆଗାମୀ ମୁଖ୍ୟମନ୍ତ୍ରୀ ହେଉଛନ୍ତି ତାହାରି ଉପରେ ନଜର ରହିଛି |

Related Posts