ବାଂଲାଦେଶ ଅସ୍ଥିରତା ନେଇ ସରିଲା ସର୍ବଦଳୀୟ ବୈଠକ; ଜାଣନ୍ତୁ କଣ ହେଲା ନିଷ୍ପତ୍ତି..

ଭୁବନେଶ୍ୱର,୬/୮(ସତ୍ୟପାଠ ବ୍ୟୁରୋ): ବାଂଲାଦେଶରେ ରାଜନୈତିକ ଅସ୍ଥିରତା ନେଇ ଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କରଙ୍କ ଅଧ୍ୟକ୍ଷତାରେ ଏକ ବୈଠକର ଆୟୋଜନ କରାଯାଇଥିଲା। ବାଂଲାଦେଶରେ ରାଜନୈତିକ ଅସ୍ଥିରତା ନେଇ ରାଜଧାନୀ ଦିଲ୍ଲୀର ସଂସଦ ଭବନ ପରିସରରେ ବସିଥିଲା ସର୍ବଦଳୀୟ ବୈଠକ।

ବୈଠକରେ ସାମିଲ ହୋଇଥିବା ସବୁ ଦଳର ନେତାଙ୍କୁ ବାଂଲାଦେଶ ସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର।

ବାଂଲାଦେଶରୁ ଭାରତୀୟଙ୍କୁ ସୁରକ୍ଷିତ ଫେରାଇ ଆଣିବା ଉପରେ ଗୁରୁତ୍ବ ଦିଆଯାଇଛି। ଏହାସହ ବିଦେଶ ମନ୍ତ୍ରୀ ଏସ୍.ଜୟଶଙ୍କର କହିଛନ୍ତି, ଶେଖ ହସିନାଙ୍କୁ ନେଇ କୌଣସି ନିଷ୍ପତି ହୋଇନାହିଁ। ଏହି ବୈଠକରେ ଇଣ୍ଡି ମେଣ୍ଟର ନେତାଙ୍କ ସମେତ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେ ସାମିଲ ହୋଇଥିଲେ।

ବାଂଲାଦେଶରେ ଥିବା ୮ହଜାର ଛାତ୍ରଛାତ୍ରୀ ଭାରତ ଫେରିଥିବା ବେଳେ ଅନ୍ୟ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଉପରେ ଗୁରୁତ୍ବ ଦିଆଯାଇଛି।ବୈଠକରେ ଏସ ଜୟଶଙ୍କରଙ୍କ ବ୍ୟତୀତ ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ମଧ୍ୟ ଯୋଗ ଦେଇଥିଲେ।

Related Posts