ମଧ୍ୟପ୍ରାଚ୍ୟରେ ବଢୁଛି ଅସ୍ଥିରତା; ଇସ୍ରାଏଲ୍ ଉପରେ ଲେବାନନର ରକେଟ୍ ମାଡ଼

ଭୁବନେଶ୍ୱର,୪/୮(ସତ୍ୟପାଠ ବ୍ୟୁରୋ):  ମଧ୍ୟପ୍ରାଚ୍ୟରେ ପୁଣି ଅସ୍ଥିରତା । ମୁହାଁମୁହିଁ ସ୍ଥିତିରେ ଇସ୍ରାଏଲ୍ ଓ ଲେବାନନ୍ । ଇସ୍ରାଏଲ୍ ଉପରେ ଘନ ଘନ ମିସାଇଲ୍ ଓ ରକେଟ୍ ମାଡ଼ କଲା ଲେବାନନ । ପ୍ରାୟ ୫୦ଟି ରକେଟ୍ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଦକ୍ଷିଣ ଲେବାନନରୁ ହିଜବୁଲ୍ଲାହ ପକ୍ଷରୁ ଇସ୍ରାଏଲର ଉତ୍ତରରେ ଥିବା ବେତ ହିଲେଲ୍ ଇଲାକାରେ ବିଳମ୍ବିତ ରାତିରେ ତୁହାକୁ ତୁହା ରକେଡ୍ ମାଡ଼ କରିଛି।

ରକେଟ୍ ମାଡ଼ ପରେ ଇସ୍ରାଏଲର ଆଇରନ୍ ଡୋମ୍ ଡିଫେନ୍ସ ସିଷ୍ଟମ ସକ୍ରିୟ ହୋଇଥିଲା । ମିସାଇଲକୁ ପ୍ରତିହତ କରିଥିଲା ଏୟାର ଡିଫେନ୍ସ ସିଷ୍ଟମ୍। ରକେଟ୍ ମାଡ଼ରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ । ସେପଟେ ଏହି ଘଟଣା ପରେ ନିଜ ଦେଶର ନାଗରିକଙ୍କୁ ଲେବାନନ୍ ଛାଡ଼ିବା ପାଇଁ ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ର ଆଡଭାଇଜରୀ ଜାରି କରିଛନ୍ତି । ଇସ୍ରାଏଲ ବେରୁତରେ ହିଜବୁଲ୍ଲାହ କମାଣ୍ଡର ଫୌଦ ଶୁକ୍ରଙ୍କୁ ହତ୍ୟା କରିବା ପରେ ଟେନସନ୍ ବଢ଼ିଛି। ମୁହାଁମୁହିଁ ସ୍ଥିତିକୁ ଆସିଛନ୍ତି ଦୁଇ ଦେଶ।

Related Posts