ଭୁବନେଶ୍ୱର,୧୬/୭(ସତ୍ୟପାଠ ବ୍ୟୁରୋ): ଡୋନାଲ୍ଡ ଟ୍ରମ୍ପ ହେଲେ ରାଷ୍ଟ୍ରପତି ପ୍ରାର୍ଥୀ । ରିପବ୍ଲିକାନ୍ କନଭେନସନରେ ଦଳ ପକ୍ଷରୁ ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯାଇଛି। । ଟ୍ରମ୍ପଙ୍କୁ ଗୁଳିମାଡ ପରେ ଆମେରିକାରେ ବଢିଛି ରାଜନୈତିକ ଉଷ୍ମତା । ଅନ୍ୟପକ୍ଷରେ ସିନେଟର ଜେଡି ବେସ୍ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯାଇଛି।
ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ଉପରେ ହୋଇଥିବା ଆକ୍ରମଣ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ପେନ୍ସିଲଭାନିଆରେ ରାଲି ବେଳେ ହୋଇଥିବା ଆକ୍ରମଣରେ ଡୋନାଲ୍ଡ ଟ୍ରମ୍ପ ଯଦିଓ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କିନ୍ତୁ ଏହି ଘଟଣା ଏବେ ଆମେରିକା ରାଜନୀତିରେ ଗୋଟିଏ ବଡ଼ ପ୍ରସଙ୍ଗ ତିଆରି କରିଛି ।