
ଚଣ୍ଡିଗଡ଼: ପଞ୍ଜାବ ପୋଲିସ କୁ ବଡ଼ ସଫଳତା । ଏକ ବଡ଼ ପରିମାଣର ନିଶାଦ୍ରବ୍ୟ ଠାବ କରିଛି ପୋଲିସ । ଅମୃତସର ନିକଟରୁ ବିପୁଳ ପରିମାଣର ନିଶାଦ୍ରବ୍ୟ ଠାବ ହୋଇଛି । ଅନ୍ତର୍ଜାତୀୟ ବଜାରକୁ ଯାଉଥିବା 250 କୋଟି ଟଙ୍କା ମୂଲ୍ୟର ପ୍ରାୟ 50 କିଲୋଗ୍ରାମ ହେରୋଇନ କଷ୍ଟମ ବିଭାଗ ଏବଂ ଅମୃତସର ସେକ୍ଟରରୁ BSF କର୍ମଚାରୀଙ୍କ ଦ୍ବାରା ଟ୍ରକରୁ ଉଦ୍ଧାର କରାଯାଇଛି ।
ଆଫଗାନିସ୍ତାନର ମୁଲେଥୀରୁ ଏକ ନିଶାଦ୍ରବ୍ୟ ବୋଝେଇ ଟ୍ରକ ପ୍ରାୟ 50 କିଲୋଗ୍ରାମ ହିରୋଇନ ରପ୍ତାନି କରୁଥିଲା ବୋଲି ଅଧିକାରୀ କହିଛନ୍ତି ।
ଶନିବାର ଅଟ୍ଟାରୀ ସୀମାରେ ପାକିସ୍ତାନ ସହ ମିଳିତ ଚେକ ପୋଷ୍ଟରେ ଆଫଗାନିସ୍ତାନରୁ ଯାଉଥିବା ଡ୍ରାଏ ଫ୍ରୁଟ୍ସ ବୋଝେଇ ଟ୍ରକକୁ ଅଟକାଇଥିଲା ଭାରତୀୟ କଷ୍ଟମ ବିଭାଗ । ଅଧିକାରୀମାନେ ନିୟମିତ ଭାବେ ଯାଞ୍ଚ କରିବା ସମୟରେ ଏଥିରୁ ନିଶାଦ୍ରବ୍ୟ ହିରୋଇନ ଜବତ କରାଯାଇଛି । ପୋଲିସର ଅନୁସନ୍ଧାନ ଅନୁଯାୟୀ, ଏହି ଦ୍ରବ୍ୟ ନୂଆଦିଲ୍ଲୀର ଶ୍ରୀବାଲାଜୀ ଟ୍ରେଡିଂ କମ୍ପାନୀର ଜଣେ ବ୍ୟବସାୟୀଙ୍କର ଥିଲା ।
ଇଣ୍ଟେଲିଜେନ୍ସ ରିପୋର୍ଟକୁ ଭିତ୍ତି କରି ଆଫଗାନିସ୍ତାନରୁ ଡ୍ରାଏ ଫ୍ରୁଟ୍ସ ବୋଝେଇ ଟ୍ରକରେ ହେରୋଇନ ପଠାଯାଉଥିବା ଖବର ପାଇବା ପରେ କଷ୍ଟମ୍ସ ବିଭାଗ ଏବଂ ବିଏସଏଫ ଯାଞ୍ଚ ଆରମ୍ଭ କରିଥିଲେ।ଉଭୟ ବିଭାଗର କଠୋର ସତର୍କତା କାରଣରୁ ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ କରାଯାଇଛି ।
ସୂଚନାନୁସାରେ ଏହି ଚୋରା ଚାଲାଣ ପାଇଁ ଅମୃତସରର ଜଣେ ବଡ ବ୍ୟବସାୟୀ ନୂଆଦିଲ୍ଲୀର ଶ୍ରୀବାଲାଜୀ ଟ୍ରେଡିଂ କମ୍ପାନୀ ସହିତ ଜଡ଼ିତ ରହିଛନ୍ତି । କାରଣ ଶୁଖିଲା ଫଳ ବା ଡ୍ରାଏ ଫ୍ରୁଟ୍ସଗୁଡିକ ସେମାନଙ୍କ ଦ୍ବାରା ଗ୍ରହଣ କରାଯାଉଥିବାରୁ ଏହି ଚୋରା ଚାଲାଣ କାରବାର ସେମାନଙ୍କୁ ସୁବିଧା ଯୋଗାଇଥାଏ ।
ତେବେ ଏତେ ପରିମାଣର ନିଶା ଦ୍ରବ୍ୟ ଜବତ ହେବା ପୋଲିସ କୁ ବଡ଼ ସଫଳତା ଦେଇଛି ।