
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରର ବାତ୍ୟା ତାଉତେ ପ୍ରଭାବିତ ଅଞ୍ଚଳ ସମୀକ୍ଷା ନକରିବାକୁ ନେଇ ଏବେ ପିଏମଙ୍କୁ ଟାର୍ଗେଟ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର। ମୁମ୍ବାଇ ମେଟ୍ରୋ ଟ୍ରାଏଲର ଉଦଘାଟନ ଅବସରରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହାମାରୀ ଏବଂ ବାତ୍ୟା ଭଳି ଅନେକ ସମସ୍ୟା ମଧ୍ୟରେ ରାଜ୍ୟ ବିକାଶ କାମ ପଛରେ ରହିନି । ପାୱାର କହିଛନ୍ତି ଯେ ବାତ୍ୟା ତାଉତେ ପ୍ରଭାବରେ ମହାରାଷ୍ଟ୍ର ସର୍ବାଧିକ ପ୍ରଭାବିତ ହୋଇଛି । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାତ୍ୟା ସମୀକ୍ଷା କରିବା ପାଇଁ ଗୁଜୁରାଟ ଗଲେ କିନ୍ତୁ ମହାରାଷ୍ଟ୍ର ଆସିଲେ ନାହିଁ। ଗୁଜୁରାଟ ସରକାର କୌଣସି ସହାୟତା ମାଗିବା ପୂର୍ବରୁ 1000 କୋଟି ଟଙ୍କା ମଞ୍ଜୁର କରିଦେଲେ । କିନ୍ତୁ ମହାରାଷ୍ଟ୍ର ପାଇଁ କିଛି ବି ଆର୍ଥିକ ସହାୟତା ନାହିଁ ବୋଲି ସେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ମୋଦୀ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ରାମଦାସ ଅଠୱାଲେଙ୍କୁ ପାୱାର କହିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରି ମହାରାଷ୍ଟ୍ର ପାଇଁ ଆର୍ଥିକ ସହାୟତା ପ୍ରଦାନ କରନ୍ତୁ । ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ତାଉତେ ପୀଡିତଙ୍କୁ ରାଜ୍ୟ ସହାୟତା ମଞ୍ଜୁର କରିଛି। ଏହାର ଜବାବରେ ବିଜେପି ମୁଖପାତ୍ର କେଶବ ଉପାଧ୍ୟାୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ କ୍ଷତିପୂରଣ ଘୋଷଣା କରିବେ।